ବକୁଳ ଅମାବାସ୍ୟାରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଶ୍ରୀନାରାୟଣ କରନ୍ତି ସାଗର ବିଜେ, ଜାଣନ୍ତୁ କଣ ହୁଏ

Odisha Hot News
1 Min Read

ପୁରୀ: ପୌଷମାସ ଅମାବାସ୍ୟାକୁ ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହିଦିନ ସାଧାରଣତଃ ଆମ୍ବ ଗଛରେ ବଉଳ ହୋଇଥାଏ। ତେଣୁ ଏହାକୁ ବଉଳ ବା ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହି ଅମାବାସ୍ୟାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ବତନ୍ତ୍ର ପୂଜା ନୀତି। ଠାକୁରଙ୍କ ସକାଳ ଧୂପ ଉଠିବା ସମୟରେ ଏହିଦିନ ସ୍ବତନ୍ତ୍ର ଭାବେ ବଉଳ ଗଁଇଠା ପୂଜା ହୋଇଥାଏ। ସକାଳ ଧୂପ ସହିତ ରୋଷଘରୁ ଏହି ବଉଳ ଗଁଇଠା ତାଟ ଛାମୁକୁ ଆସିଥାଏ। ପୂଜାପଣ୍ଡା ଷୋଢଷ ଉପାଚାରରେ ଏହି ଭୋଗ ଲାଗି କରନ୍ତି।

ଏହି ଦିନ ଶ୍ରୀନାରାୟଣ ସାଗର ବିଜେ କରିବାର ପରଂପରା ମଧ୍ୟ ରହିଛି। ମହାପ୍ରସାଦ କଢାଯାଇ ପାଣି ପଡିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀନାରାୟଣଙ୍କୁ ସିଂହାସନକୁ ବିଜେ କରାଯାଏ। ପୂଜା ପଣ୍ଡା ଶ୍ରୀଜୀଉଙ୍କର ଆଜ୍ଞାମାଳ ଆଣି ନାରାୟଣଙ୍କୁ ଦିଅନ୍ତି। ଏହାପରେ ଶ୍ରୀମନ୍ଦିରର ନାରାୟଣ ପାଲିଙ୍କିରେ ବସି ସାଗର ବିଜେ କରିଥାନ୍ତି। ସିଂହଦ୍ବାରରୁ ବାହାରି ଶ୍ରୀନାରାୟଣ ସମୁଦ୍ରକୂଳରେ ସ୍ବର୍ଗଦ୍ବାରକୁ ବିଜେ କରନ୍ତି। ସେଠାରେ ଠାକୁରଙ୍କୁ ଜଳଲାଗି କରାଯାଇଥାଏ।

Share This Article