ଯାଜପୁରରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡ଼ିଆ

Odisha Hot News
2 Min Read

ଭୁବନେଶ୍ଵର: ସରକାର ବାଂଲାଦେଶ ଅନୁପ୍ରବେଶକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏପରିକି ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଥିବାରୁ କୁମ୍ଭମେଳାକୁ ଯିବା ନିମନ୍ତେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ। ସେଠାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସମସ୍ତ ଦାୟିତ୍ୱ ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦେବାଦେବୀ ମନ୍ଦିର ଭଙ୍ଗା ଘଟଣାକୁ ନିନ୍ଦା କରିବା ସହ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ। ଏବେ ଠାରୁ ଯଦି ସରକାର ଅନୁପ୍ରବେଶକାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଦିନରେ ପରିସ୍ଥିତି ଉଦ୍‌ବେଗଜନକ ହେବ ବୋଲି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ତୋଗଡ଼ିଆ ମତବ୍ୟକ୍ତ କରିଥିଲେ। ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଶାଖା ପକ୍ଷରୁ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଏନ୍‌ସି କଲେଜ ନିକଟରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ। ଡ. ତୋଗଡ଼ିଆ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ଦାସ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଜିଲା ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ସଭାପତି ପ୍ରଭାତ କୁମାର ମଲ୍ଲିକ, ଅନ୍ତରାଷ୍ଟ୍ରୀୟ ବଜରଙ୍ଗ ଦଳ ସଂଯୋଜକ ଚିନ୍ମୟ ପରିଡ଼ା, ପୂର୍ବଓଡ଼ିଶା ରାଜ୍ୟ ସଭାପତି ଦୀପକ କୁମାର ମହନ୍ତ, ପୂର୍ବପ୍ରାନ୍ତ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ର, ଓଡ଼ିଶା ପୂର୍ବପ୍ରାନ୍ତ ସମ୍ପାଦକ କୃଷ୍ଣଚନ୍ଦ୍ର ପାଢ଼ୀ, ଓଡ଼ିଶା ପୂର୍ବପ୍ରାନ୍ତ ଆରବିଡି ସମ୍ପାଦକ ଦୀନବନ୍ଧୁ ସିଂହ, ପୂର୍ବପ୍ରାନ୍ତ ପ୍ରଭାରୀ ମନୋଜ କୁମାର ସାହୁ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ନିର୍ମଳା ଗିରି, ବିଜୟ ରେଡ୍ଡୀ, ମୃତ୍ୟୁଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Share This Article