ପୁରୀ: ଇଂରାଜୀ ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୂପା ଛାଉଣୀ କରାଯିବାକୁ ଲକ୍ଷ ରଖାଯାଇଅଛି। ଏନେଇ ଲୁହା ଭାରା ବନ୍ଧାଯାଇ କାରିଗର ମାନଙ୍କ ଦ୍ୱାରା ରୁପା ଚାଉଁଣି କାମ ଜାରି ରହିଅଛି। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୂପା ଛାଉଣୀ କରାଯାଉଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରୂପା ଛାଉଣୀ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ସିଂହଦ୍ବାର ଗୁମୁଟ ବନ୍ଦ ଥିବା ସମୟରେ ଏହି କାର୍ଯ୍ୟ କରାଯାଉଅଛି। ପୂର୍ବରୁ ସିଂହଦ୍ୱାର କବାଟର ରୁପା ଚାଉଁଣି ସହ ସାତପାହାଚ, ଜୟବିଜୟ ଦ୍ୱାର,କଳାହାଟ ଦ୍ୱାର, ବେହେରଣ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାର କୁ ରୁପା ଚାଉଁଣି କରାଯାଇଅଛି।
ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୂପା ଛାଉଣୀ ଲକ୍ଷ୍ୟ

You Might Also Like
- Advertisement -
Comment