ଓଡ଼ିଶା ରାଜ୍ୟ ତାଏକୋଣ୍ଡୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ତାଏକୋଣ୍ଡୋ ଚମ୍ପିୟାନସିପ ରାଜ୍ୟ ତାଏକୋଣ୍ଡ ଆସୋସିଏସନ୍ ପକ୍ଷରୁ ଭଦ୍ରକର ଚରମ୍ପା ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାର ୧୬ ଟି ଜିଲ୍ଲାର ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଭାଗ ନେଇ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ଭାରତୀୟ ତାଏକୋତ୍ତୋର ଜନକ ତଥା ସର୍ବ ଭାରତୀୟ ମହାସଚିବ ଡକ୍ଟର ଜୀମି ଆର ଜାଗତିଆନି, ତାଇକୋଣ୍ଡର ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ, ଓଡ଼ିଶା କାର୍ଯ୍ୟ କାରୀ ସଭାପତି ବିଜୟ ଜେନା, ରାଜ୍ୟ ଉପସଭାପତି ରମେଶ ପ୍ରଧାନ,ଆଇନଜୀବୀ ପବନ ଶର୍ମା, ପ୍ରମୁଖ ଯୋଗ ଦେଇଥିଲେ।

ସର୍ବ ଭାରତୀୟ ମହାସଚିବ ଡକ୍ଟର ଜିମି ଆର ଜାଗ ତିଆନି କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ତାଏକୋଣ୍ଡ କ୍ରୀଡାର ବିକାଶ ହେବା ସହ କ୍ରୀଡାବିତ ମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ।

Share This Article