ଢେଙ୍କାନାଳ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ

Odisha Hot News
1 Min Read

ଭୁବନେଶ୍ଵର: ଢେଙ୍କାନାଳ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ଭରୋତୋଳିକାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଖବର ପାଇ ଢେଙ୍କାନାଳର କ୍ରୀଡ଼ାବିତ ଓ କ୍ରୀଡା ସଙ୍ଘ ଓ ତାଙ୍କର ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି। ସେହିପରି ସେ ଅଧ୍ୟୟନ କରୁଥିବା ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ଦାସ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତାଙ୍କର ସହପାଠୀ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ କୁହନ୍ତି ଯେ, ପ୍ରୀତିସ୍ମିତା ଭୋଇ ଆମ ବିଦ୍ୟାଳୟ ଓ ଜ଼ିଲ୍ଲା ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଭାରୋତ୍ତଳନ ପ୍ରତିଯୋଗିତାରେ ଯୁବବର୍ଗର ୪୦ କେଜିରେ ସ୍ବର୍ଣ୍ଣ ପଦକ ହାସଲ କରି ୧୫ ବର୍ଷର ଚୀନ ଖେଳାଳିଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗି ଆମ ଦେଶ ପାଇଁ ଗୌରବ ଆଣିଥିଲେ। ପ୍ରୀତିସ୍ମିତା ଭୋଇ କେନ୍ଦ୍ରୀୟ ବିଦ୍ୟାଳରେ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ପାଇଁ ସ୍କୁଲ ସହ ବିଦ୍ୟାଳୟ ଗର୍ବିତ ବୋଲି ଶିକ୍ଷକ କହିଥିଲେ।

ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କର ଶିକ୍ଷା ନିମନ୍ତେ ସ୍ୱତନ୍ତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କର ସମସ୍ତ ପାଠ ଦାୟିତ୍ୱ ପରୀକ୍ଷା ପର୍ଯ୍ୟନ୍ତ ଦିଆଯାଇଛି ବୋଲି ଅଧ୍ୟକ୍ଷ କହିଛନ୍ତି।

Share This Article