ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅନ୍ତର୍ଗତ ଏସ୍ ଗୋପାଳପୁର ଗ୍ରାମର ଲିଶା ପ୍ରଧାନ ନାମ୍ନୀ ଜଣେ ନବବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ଯାହାକି ଲିଶାଙ୍କ ମାଁ କୁମାରୀ ପ୍ରଧାନ ଥାନାରେ ଅଭିଯୋଗ ଯୋଗୁଁ ମୃତ୍ୟୁ ଘଟଣା ସନ୍ଦେହ ଘେରରେ ରହିଛି।

ଗତ ଏକ ବର୍ଷ ପୂର୍ବରୁ ଲିଶାଙ୍କ ସ୍ବାମୀ ବିକ୍ରମ ବରାଡ ଦିଗପହଣ୍ଡି ଥାନା ଅର୍ନ୍ତଗତ ଭୁଷୁଣ୍ଡା ଗ୍ରାମରେ ରହୁଥିବା ମାମୁଁ ଘରକୁ ଯିବାବେଳେ ଲିଶା ସହିତ ସମ୍ପର୍କ ଆସିଥିଲା ଓ ପରବର୍ତ୍ତୀ ସମୟରେ ବିକ୍ରମ ଗତ ୧୧ ମାସ ତଳେ ବିବାହ କରିଥିଲା। କିନ୍ତୁ ବିବାହର କିଛି ମାସ ପରେ ବିକ୍ରମଙ୍କ ପରିବାର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେବାରୁ ସେ ବାପ ଘରକୁ ପଳି ଆସିଥିଲେ।

ଏହି କିଛି ଦିନ ପୂର୍ବରୁ ବିକ୍ରମ ଶ୍ଵଶୁର ଘରକୁ ଆସି ବୁଝାସୁଝା କରି ଲିଶାଙ୍କୁ ନିଜ ଘରକୁ ନେଇଯାଇଥିଲେ। ଗତ ବୁଧବାର ଦିନ ଲିଶାଙ୍କ ବାପା କାମେଶ୍ୱର ପ୍ରଧାନଙ୍କୁ ବିକ୍ରମ ଲିଶାଙ୍କୁ ହତ୍ୟା କରିଦେବା ପାଇଁ ଧମକ ଦେଇଥିଲେ ଓ ଲିଶା ସହିତ ବାପାଙ୍କୁ କଥା କରାଇଥିଲେ।

ଯ’ଦ୍ଵାରା ବାପା ଓ ମାଁ ଭୟରେ ଥିବା ବେଳେ ଗୁରୁବାର ସକାଳେ ଲିଶାର ନଣନ୍ଦ ବାପା କାମେଶ୍ୱରଙ୍କୁ ଫୋନ କରି ଜଣାଇଥିଲା ଯେ, ଲିଶା କ’ଣ ପିଇ ବାନ୍ତି କରୁଛି। ଏହି ଭଳି ଖବର ପାଇ ବାପା ଆଡପଡା ଡାକ୍ତରଖାନାରେ ପହଞ୍ଚି ଦେଖିଲେ ଯେ, ଝିଅ ଲିଶାର ମୃତ୍ୟୁ ଘଟିଛି।

ଏହିଭଳି ଅଭାବନୀୟ ଘଟଣା ପରେ ଲିଶାଙ୍କ ମାଁ କୁମାରୀ ପ୍ରଧାନ ପାଟପୁର ଥାନାରେ ଅଭିଯୋଗ କରିଥିଲେ।

Share This Article