ବ୍ରହ୍ମପୁର ବଡଡାକ୍ତରଖାନାର ବରିଷ୍ଠ କିରାଣୀଙ୍କୁ ମାରଣାନ୍ତକ ଆକ୍ରମଣ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ଖୋଡାସିଙ୍ଗି ଜୀବନ ବୀମା ନିଗମ କାର୍ଯ୍ୟଳୟ ସମ୍ମୁଖରେ ମୋଟରସାଇକେଲରେ ଆସି ମାରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଅବସ୍ଥାରେ କୈଳାଶ ପାଟି କରିବାରୁ ଆକ୍ରମଣକାରୀ ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଆହତ କୈଳାଶଙ୍କ ଠାରୁ ବିବୃତ୍ତି ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article