ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

Odisha Hot News
2 Min Read

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ୧୭ ତାରିଖ ଠାରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ, କୃଷି ଉତ୍ପାଦ ସଂରକ୍ଷଣ ଓ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ବିଜ୍ଞାନ ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟୁଛି। ୧୨ ଶହ କୋଟି ଟଙ୍କା ବ୍ୟୟରେ କପିଳାସଠାରେ ସାଇନ୍ସ୍ ସିଟି, ଢେଙ୍କାନାଳରେ ରିଙ୍ଗ୍ ରୋଡ଼୍ ଏବଂ ଢ଼େଙ୍କାନାଳ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି ପ୍ରକାଶ କରିଥିଲେ। କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ୱୟଂ ସଂପର୍ଣ୍ଣ କରିବାକୁ ସେ କୃଷକ ଭାଇ ଭଉଣୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ଏହି ଉତ୍ସବରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ସହକାରୀ କୃଷି ନିର୍ଦ୍ଦେଶକ ମାର୍କଣ୍ଡ ପ୍ରଧାନ, କୃ୍ଷି ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ୍ କୁମାର ପଟ୍ଟନାୟକ୍ ଯୋଗ ଦେଇ ମେଳା ଆୟୋଜନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ଜିଲ୍ଲାର ସମସ୍ତ ବ୍ଳକ୍ ରୁ ବହୁ ସଂଖ୍ୟକ ଚାଷୀ ଭାଇ ଭଉଣୀ ଯୋଗ ଦେଇଥିଲେ।

ମେଳାରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହ ଏହାକୁ କ୍ରୟକରି ବହୁଳ ବ୍ୟବହାର ନିମନ୍ତେ ସେମାନଙ୍କୁ ଅନୁପ୍ରାଣିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀ ମେଳା ଆୟୋଜନ ଦ୍ଵାରା କିଭଳି ଚାଷୀଭାଇ ଭଉଣୀମାନେ ଉପକୃତ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଗୋବର୍ଦ୍ଧନ ପୁରାଣ, ଗୀତାଞ୍ଜଳୀ ପୃଷ୍ଟି, ସମୀର କୁମାର ସାହୁ ଏବଂ ସୌମ୍ୟରଂଜନ ସାମଲ ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ ପୂର୍ବକ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ମେଳା ଆୟୋଜନ ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ମେଳାରେ ଅଂଶ ଗ୍ରହଣ କରିଥିବା କୃଷି ଯନ୍ତ୍ରପାତିର ଶ୍ରେଷ୍ଠ ଡ଼ିଲର ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

Share This Article