୮ ଆକ୍ରମଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଗତ ୫ ବର୍ଷ ପୂର୍ବେ ବଡ଼ବଜାର ଥାନା ଅର୍ନ୍ତଗତ ସୀତା ଢିମିରା ସାହିର ଟୁଟୁ ହାତୀ ନାମକ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। କୌଣସି କାମରେ ସେ ବଜାରକୁ ଯାଇ ଘରକୁ ଫେରିବା ବେଳେ କାଞ୍ଜିବାରି ସାହି ଛକରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପୁର୍ବ ଶତୃତାକୁ ନେଇ ଟୁଟୁଙ୍କୁ ମାରଣାନ୍ତକ ଆକ୍ରମଣ କରି ଦୁର୍ବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ଗୁରୁତର ଆହତ ଟୁଟୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଅଭିଯୋଗ ଗ୍ରହଣ କରି ସେହି ସୀତା ଢିମିରା ସାହିର ୮ ଜଣ ଯୁବକ ଯଥା ଜଗା ହାତୀ, ରାକେଶ ଘଡେ଼ଇ, ଅମୁଲ୍ୟ ଘଡେ଼ଇ, ବସନ୍ତ ଘଡେ଼ଇ, ରବିନ୍ଦ୍ର ଘଡେ଼ଇ, ସନ୍ତୋଷ ପୁଣ୍ଡି, ଶଙ୍କର ପୁଣ୍ଡି ଓ ମୋଚି ରାମ ନାହାକ ପ୍ରମୁଖଙ୍କ ନାମକ ମକଦ୍ଦମା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ପିତବାସ ପଣ୍ଡା ଓ ବିରଞ୍ଚିନାରାୟଣ ମହାପାତ୍ର ପ୍ରମୁଖ ମକଦ୍ଦମା ଲଢ଼ୁଥିଲେ।

Share This Article