ମାଲକାନଗିରିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମୀକ୍ଷା ବୈଠକ

Odisha Hot News
1 Min Read

ଭୁବନେଶ୍ଵର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲା ପରିଷଦ ସଭାଗୃହରେ ଏକ ସମୀକ୍ଷ ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ଜିଲ୍ଲାର ୨ ଟି ଜଳ ଭଣ୍ଡାର ଓ ୨ ଟି ଜଳ ପ୍ରପାତ ବିକାଶ ସହ ଜିଲ୍ଲାରେ ଇକୋ ରିଟ୍ରିଟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେଉଁ ହିତାଧିକାରୀଙ୍କ ସୁଭଦ୍ରା ଆବେଦନ ନାକଚ ହୋଇଛି, ସେମାନଙ୍କ ତାଲିକାକୁ ଯାଂଚ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ୬୦ ହଜାର ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଟିମ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସହ ଡି.ପି.ଆର ପ୍ରସ୍ତୁତ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପାରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଏ.ଏସ.ପି ତପନ ନାରାୟଣ ରଥ ଯୋଗ ଦେଇଥିଲେ।

Share This Article