ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଚାଷୀଙ୍କ ଉପରେ ଚଡକ, ଆହୁରି ଦୁଇଦିନ ଲାଗି ରହିବ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ପାଗ କୋହଲା ରହିବା ସହିତ ଲୋକେ ଘରୁ ବାହାରିପାରୁ ନାହାଁନ୍ତି। ଗୋଟିଏ ପଟେ ଦୀର୍ଘଦିନ ଧରି ଶୀତ ଲାଗିରହିଥିବା ବେଳେ ଆଜି ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଦେଇଛି। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ବର୍ଷା ଲାଗିରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସେହି ଅବପାତ ହୋଇ ରହିବ। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଏହି ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। କାରଣ ବର୍ତ୍ତମାନ ଧାନ ଅମଳ ହେଉଥିବା ବେଳେ ତାହା ଓଦା ହୋଇ ଗଜା ହେବାର ସମ୍ଭାବାନା ସୃଷ୍ଟି ହୋଇଛି। ଫଳରେ ବର୍ଷା ଦାଉରୁ ଧାନକୁ କିପରି ରକ୍ଷା କରାଯିବ ସେହି ଚିନ୍ତାରେ ଚାଷୀକୂଳ।

Share This Article