ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଦେଶୀମଦ ଜବତ, ୬ ଅଭିଯୁକ୍ତ କୋର୍ଟ ଚାଲାଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିରଞ୍ଜନ ରେଡ଼ି ନାମକ ଜଣେ ଚୋରା ମଦ ବ୍ୟବସାୟୀକୁ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଖୋଡାସିଙ୍ଗି ନିକଟରେ ଧରିଥିଲା। ନିରଞ୍ଜନଙ୍କୁ ଜେରା କରିବା ବେଳେ ସେ ଗୋଳନ୍ଥରା ଥାନା ଅର୍ନ୍ତଗତ ଇନ୍ଦ୍ରାକ୍ଷୀ ଗ୍ରାମରୁ ବେଆଇନ ରନ୍ଧା ମଦ ଆଣି ନିଜ ଗ୍ରାମରେ ବିକ୍ରି କରୁଥିବା କହିଥିଲେ।

ଏହାପରେ ଅବକାରୀ ପୋଲିସ ଇନ୍ଦ୍ରାକ୍ଷୀ ଠାରେ ଚଢ଼ାଉ କରି ରନ୍ଧା ମଦ ପ୍ରସ୍ତୁତି ପାଇଁ କଞ୍ଚାମାଲ ଯୋଗାଉଥିବା ଗଣେଶ ରେଡ଼ି ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲେ। ତାଙ୍କୁ ଜେରା କରିବା ପରେ ବେଳେ ସେ ନିମଖଣ୍ଡି ଥାନା ଅର୍ନ୍ତଗତ ଜଗଦଲପୁର ଗ୍ରାମର ବୁଲୁ ଦା କୁ ଉକ୍ତ କଞ୍ଚାମାଲ ଯୋଗାଉଥିବା କହିଥିଲେ।

ଗଣେଶ ଠାରୁ ସୁଚନା ପାଇ ଅବକାରୀ ପୋଲିସ ଜଗଦଲପୁର ଗ୍ରାମର ପଡ଼ିଆ ସାହିରେ ଆତର୍କିତ ଭାବେ ଚଢ଼ାଉ କରି ରନ୍ଧାମଦ ପ୍ରସ୍ତୁତିରେ ନିୟୋଜିତ ବୁଲୁ ଦାସ, ବାବୁଲି ଦାସ ଓ କବିତା ଦାସ କୁ ଘଟଣାସ୍ଥଳରୁ ଧରିଥିଲେ ଓ ସେମାନଙ୍କ ନିକଟରୁ ପ୍ରସ୍ତୁତ ହୋଇସାରିଥିବା ପ୍ରାୟ ୮୦୦ ଲିଟର ମଦ ସହ କିଛି ଜରି ପାଉଚ୍, କିଛି ରନ୍ଧା ମଦ ସାମଗ୍ରୀ,ପେକିଂ ମେସିନ ଓ ଏକ ସ୍କୁଟି ମୋଟରସାଇକେଲ କୁ ଜବତ କରି ଏତଲା ନଂ ୪୬୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article