କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ଆଜି ସକାଳୁ ଏହି ଚଢାଉ ତିନିଟି ସ୍ଥାନରେ ଚାଲିଥିବାର ଜଣାପଡିଛି। ତାଙ୍କର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ତାଙ୍କର ଦୁଇଟି ଅଫିସରେ ମଧ୍ୟ ଏହି ଚଢାଉ ଚାଲିଛି । ତାଙ୍କ ବାସଭବନରେ ପ୍ରାୟ ଆଠଜଣ ଅଧିକାରୀ ଏହି ଚଢାଉ କରୁଛନ୍ତି।

ତେବେ କେଉଁ କାରଣ ନେଇ ଇଡି ରେଡ କରୁଛି ତାହା ସ୍ପଷ୍ଟ ହୋଇ ନାହିଁ। ଏ ନେଇ ଇଡି କିମ୍ବା ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ସୂଚନା ମିିଳିପାରି ନାହିଁ। ତେବେ ଏହି ଚଢାଉ ଖଣି କାରବାର ନେଇ ହୋଇଥିବାର ଅନୁମାନ କରାଯାଉଛି। ହେଲେ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ।

Share This Article