ବଣୁଆ ହାତୀପଲର ଉପଦ୍ରବ, ଧାନ ଫସଲ ନଷ୍ଟ

Odisha Hot News
1 Min Read

ଭୁବନେଶ୍ଵର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜର ଘିକୁଣ୍ଡି ସଂରକ୍ଷିତ ଜଙ୍ଗଲ ପାଖ ଜାଲୋଏ ଅଞ୍ଚଳରେ ଗତ ରାତିରୁ ଏକ ବୃହତ ବଣୁଆ ହାତୀପଲର ଉପଦ୍ରବ ଲାଗି ରହିଛି। ଖାଦ୍ୟ ଅନ୍ୱେଷଣରେ ପ୍ରାୟ ୨୧ଟି ଜଙ୍ଗଲୀ ହାତୀ ଜାଲୋଏ ପଞ୍ଚାୟତର ପାଚିଲା ଧାନସବୁ ଖାଇ ଚାଲିଥିବା ବେଳେ ହାତୀଙ୍କ ଦଳାଚକଟା ଯୋଗୁଁ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି।

କିଛି ଦିନର ବ୍ୟବଧାନ ପରେ ଏହି ହାତୀପଲ ଘିକୁଣ୍ଡି ଓ ଜୟପୁର-ବିଷ୍ଣୁପୁର ସଂରକ୍ଷିତ ଜଙ୍ଗଲକୁ ଫେରି ଜଙ୍ଗଲ ପାର୍ଶ୍ଵବର୍ତ୍ତି ଗାଁମାନଙ୍କରେ ଉପଦ୍ରବ କରି ଚାଲିଛନ୍ତି। ଏବେ ଜଙ୍ଗଲ ବିଭାଗ ଏବଂ ସ୍ଥାନୀୟ ଲୋକେ ହାତୀପଲକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଅଞ୍ଚଳବାସୀ ଆତଙ୍କରେ ରହିଛନ୍ତି।

Share This Article