ଦିନକ ବିରତି ପରେ ଆଜି ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Odisha Hot News
1 Min Read

ପୁରୀ: ଗୋଟିଏ ଦିନ ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ମଙ୍ଗଳବାର ୧୭ତାରିଖ ଦିନ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେହିଦିନ ଲୁହା ଭାରା ବନ୍ଧାଯାଇଥିଲା। ଏଏସଆଇର ୧୫ ରୁ ୨୦ ଜଣ କୁଶଳୀ ଶ୍ରମିକଙ୍କ ଦ୍ବାରା ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ବାକି ଭାରା ଆଜି ବନ୍ଧା ଯିବା ସହ ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଇ ପରିଷ୍କାର କରାଯାଇଅଛି। ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ପରେ ଭଣ୍ଡାର ମରାମତି କାର୍ଯ୍ୟ କରାଯାଉଅଛି।

ତେବେ NGRI ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ମରାମତି କାମ କରାଯାଉଥିବା ବେଳେ ଗତକାଲି ମହାପ୍ରଭୁଙ୍କର ମହାସ୍ନାନ ପାଇଁ ଆଜି କମ୍ ସମୟ ପାଇଁ କାର୍ଯ୍ୟ କରାଯାଇଥିଲା।

ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିବା ବେଳେ ଆଗାମୀ ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଅଛି। ତେବେ ଗତକାଲି ଦିବା ପହୁଡ଼ ନୀତି ହେତୁ ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା।

Share This Article