କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ହେବ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Odisha Hot News
1 Min Read

ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହ ଅର୍ଥ ଯୋଇ ଦେବେ କହିଲେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇ ଦିନିଆ କୋରାପୁଟ ଗସ୍ତ ଅବସରରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ବହୁ ସଂଖ୍ୟାରେ ଉଚ୍ଚ ମାନର ପର୍ଯ୍ୟଟନସ୍ଥଳୀ ରହିଛି।

ତାହାର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଦିବାସୀଙ୍କର ବିକାଶ ହୋଇପାରିବ। ଏଥିସହ ରାଜ୍ୟ ସରକାର ଖୁବଶୀଘ୍ର ଏକ ଆଦିବାସୀ ସଂଗ୍ରହାଳୟ କୋରାପୁଟ ଠାରେ ସ୍ଥାପନ କରିବା ପାଇଁ ସମସ୍ତ ଅର୍ଥ ମଞ୍ଜୁର କରିବେ। ଜିଲ୍ଲାର କଫି ଚାଷ ଆହୁରି ବ୍ୟାପକ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସମସ୍ତ ସାହାଯ୍ୟ କରିବେ ବୋଲି ସେ ପ୍ରକାଶ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କୋରାପୁଟ ଠାରେ ଆଜି କଫି ବୋର୍ଡର ଏକ କଫି ବଗିଚାକୁ ଗ୍ରସ୍ତ କରିବା ସହ ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡର ଅଧିକାରୀଙ୍କ ସହ କଫି ଚାଷ ସମ୍ପର୍କରେ ଆଲୋଚନା କରିଥିଲେ।

Share This Article