ସଂସଦରେ ଅନୁପସ୍ଥିତ ଥିବାରୁ 20 ସାଂସଦଙ୍କୁ ନୋଟିସ କଲା ବିଜେପି, ଓଡିଶାରୁ ତିନି ଜଣ

Odisha Hot News
1 Min Read

ଭୁବନେଶ୍ବର: ସଂସଦରେ ଗତକାଲି ଭୋଟ ବିଭାଜନ ବେଳେ ବିଜେପି ବଡ ଅଡୁଆ ପରିସ୍ଥିତିରେ ପଡିଯାଇଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ପାଇଁ ବିରୋଧୀ ଭୋଟ ବିଭାଜନ କରିବାକୁ ଚାହିଁଥିଲେ। ଫଳରେ ସବୁ ଦଳ ତାଙ୍କର ସାଂସଦମାନେ ଏଥିରେ ଉପସ୍ଥିତ ରହିବାକୁ ହ୍ବପି ଜାରୀ କରାଯାଇଥିଲା।

ଏଥିରେ ବିଜେପି ତାହାର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। କାରଣ ଏହା ସରକାରୀ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। ହେଲେ ଭୋଟ ଗ୍ରହଣ ପରେ ଦେଖାଯାଇଥିଲା ଯେ, ବିଜେପିର 20 ସାଂସଦ ଅନୁପସ୍ଥିତ ଅଛନ୍ତି। ଏହି ସାଂସଦଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଳ ନୋଟିସ ଜାରୀ କରିବ ବୋଲି ନିଷ୍ପତି କରିଛି।

ଏହି ଅନୁପସ୍ଥିତ 20 ଜଣ ସାଂସଦଙ୍କ ମଧ୍ୟରୁ ଓଡିଶାର ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୟୁରଭଂଜ ସାଂସଦ ନବ ମାଝୀ ଏବଂ କେଉଁଝର ସାଂସଦ ଅନନ୍ତ ନାୟକ।

Share This Article