ଦୁଇ ନିଖୋଜ ଯୁବତୀ ଓ ନାବାଳିକା ଉଦ୍ଧାର: ପରିବାରକୁ ହସ୍ତାନ୍ତର କଲା ପୋଲିସ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ରାଳବ ଗ୍ରାମର ବର୍ଷା ମୁନି ନାମ୍ନୀ ଜଣେ ଯୁବତୀ ଆଇ ଘର ନିମି ଗାଁ ରୁ କାହାକୁ କିଛି ନକହି ଗତ ମାସରେ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଯୁବତୀଙ୍କ ମାଁ ରୁନା ମୁନି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

ଠିକ୍ ସେହିଭଳି ଏହି ଥାନା ଅଞ୍ଚଳର ଜନୈକା ନାବାଳିକା ଘରୁ ଅନ୍ତର୍ଦ୍ଧାନ ହୋଇଯାଇଛି ବୋଲି ପିତା ଠାରୁ ଅଭିଯୋଗ ପାଇ ହିଞ୍ଜିଳି ପୋଲିସ ଏକ ସ୍ବତନ୍ତ୍ର ଗୋଷ୍ଠୀ ଗଠନ କରି ସୁଚିନ୍ତିତ ଅନୁସନ୍ଧାନ ଚଳାଇ ସଫଳତା ପାଇଛି। ଯୁବତୀ ବର୍ଷାକୁ ହୀରାକୁଦ ଅଞ୍ଚଳରୁ ଓ ନାବାଳିକାକୁ ବାଙ୍ଗାଲୋରରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯାହା ଫଳରେ ଅଞ୍ଚଳ ଲୋକ ଏହିଭଳି ସେବା ପାଇଁ ପୋଲିସକୁ ପ୍ରଶଂସା କରିଛନ୍ତି।

Share This Article