ଲାଞ୍ଚ ନେବା ବେଳେ ସେକ୍ସନ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ

Odisha Hot News
1 Min Read

ଭୁବନେଶ୍ଵର: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେକ୍ସନ ଅଫିସରଙ୍କୁ ଗିରଫ କରିଛି ନବରଙ୍ଗପୁର ଭିଜିଲାନ୍ସ ଵିଭାଗ। ପାପଡାହାଣ୍ଡି ବ୍ଲକ ଶିକ୍ଷା ଵିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ କୁମାର ଷଡ଼ଙ୍ଗୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ରାମଚନ୍ଦ୍ର ସାହୁ ନାମକ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଫାଇନଲ ପେନସନ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ରଞ୍ଜିତ ଷଡ଼ଙ୍ଗୀ।

ଆଜି ରାମଚନ୍ଦ୍ର ସାହୁ ୧୦ ହଜାର ଟଙ୍କା ନେଇ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ, ପୂର୍ବରୁ ଛକି ରହିଥିଲେ ଭିଜିଲାନ୍ସ କର୍ମଚାରୀ। ଉକ୍ତ ଟଙ୍କା ସହିତ ରଞ୍ଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ପରେ ରଞ୍ଜିତଙ୍କ ନବରଙ୍ଗପୁର ସହର ରାଜୁ ସାହି ଘର ମଧ୍ୟ ଭିଜିଲାନ୍ସ ଵିଭାଗ ଜାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ରଞ୍ଜିତକୁ ଜୟପୁର ଅଫିସକୁ ସ୍ଥାନାନ୍ତର କରିଛନ୍ତି।

Share This Article