ଚିଲିକାରୁ ୨୯ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

Odisha Hot News
1 Min Read

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ବାଲିନାସୀ ରଘୁରାୟ ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୨୯ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗ୍ରାମର ଆଲୋକ ପ୍ରଧାନ (୨୮) ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ, ବାଇନୋକୁଲାର, ମୋବାଇଲ ଫୋନ ଆଦି ଜବତ ହୋଇଛି।

ଉକ୍ତ ଚଢ଼ାଉରେ ଫରେଷ୍ଟଗାର୍ଡ ଜାନକୀ ସାହୁ, ମିନାକୁମାରି ନାୟକ, ନିରଞ୍ଜନ ମହାରଣା, ସୁରକ୍ଷାକର୍ମୀ ବାପି ବେହେରା, ସୁଶାନ୍ତ ସ୍ବାଇଁ ଆଦି ସାମିଲ ଥିଲେ। ତେବେ ଗିରଫ ପକ୍ଷୀ ଶିକାରୀ କଇଁନାଡରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲେ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Share This Article