ହାତୀଦାନ୍ତ ଓ ବାଘ ଚମଡା ଜବତ ବେଳେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ଗୁଳି ମାଡ଼: ୬ ଗିରଫ

Odisha Hot News
1 Min Read

ଭୁବନେଶ୍ଵର: ରାୟଗଡା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ ବନବିଭାଗ ଦ୍ୱାରା ଦୁଇ ହାତୀଦାନ୍ତ ଓ ଦୁଇ ବାଘ ଚମଡା ଜବତ କରିଥିବା ବେଳେ ଛଅ ଜଣଙ୍କୁ ଗିରଫ କରିଛି। ମୁନିଗୁଡା ବନ ବିଭାଗ ଏସଟିଏଫ୍ ସହାୟତାରେ ପାତ୍ରଗୁଡା ନିକଟରୁ ଦୁଇଟି ହାତିଦାନ୍ତ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ରାୟଗଡା ସହର ରୁ ଦୁଇଟି ବାଘ ଚମଡା ସହ ଜଣଙ୍କୁ ଗିରଫ କରିଛି ରାୟଗଡା ବନ ବିଭାଗ।

ତେବେ ହାତୀଦାନ୍ତ ଉଦ୍ଧାର କରି ଫେରିବା ବାଟରେ ବନବିଭାଗ ଗାଡି ଉପରକୁ ଗୁଳିମାଡ ହୋଇଛି। ଗୋଟିଏ ଗାଡି ଉପରେ ୪ ରାଉଣ୍ଡ ଗୁଳି ମରାଯାଇଥିବା ବେଳେ ଅନ୍ୟ ଏକ ଗାଡିର କାଚ ଭାଙ୍ଗିଛନ୍ତି ଦୁର୍ବୁତ୍ତ। ତେବେ ବନବିଭାଗର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି।

ଗୁଳିମାଡ ଘଟଣାକୁ ନେଇ ବିଭାଗ ତରଫରୁ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ପରେ ଥାନା ଓ ବନ ବିଭାଗ ଭିନ୍ନଭିନ୍ନ ଭାବେ ଗୁଳି ଘଟଣାର ତଦନ୍ତ ଯାରି ରଖିଥିବା କହିଛନ୍ତି ରାୟଗଡା ଅତିରିକ୍ତ ବନ ସଂରକ୍ଷକ ସନ୍ଦିପ୍ ପୃଷ୍ଟି।

Share This Article