ବାପା ଓ ସାନଭାଇକୁ ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ଭାଇ କୋର୍ଟ ଚାଲାଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ବଡଡୁମ୍ବୁଳା ଗ୍ରାମର ରାଜେନ୍ଦ୍ର ଗୌଡ ନାମକ ଜଣେ ଯୁବକ ବାପା ବୃନ୍ଦାବନ ଗୌଡ଼ ଓ ଭାଇ ଶଙ୍କର ଗୌଡକୁ ହତ୍ୟା ଉଦ୍ୟମ କରି ଫେରାର ଥିଲା। ବାପାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୭୩/୨୪ ଅନୁଯାୟୀ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଦୀର୍ଘ ୫ ମାସ ପରେ ଅଭିଯୁକ୍ତ ରାଜେନ୍ଦ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୁଚନା ଅନୁଯାୟୀ ପିତା ବୃନ୍ଦାବନ ଗୌଡ଼ ଝିଅ ବିବାହ କରିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ରୁଣ କରିଥିଲେ। କିନ୍ତୁ ବଡ଼ପୁଅ ରାଜେନ୍ଦ୍ର ଭିନ୍ନ ହୋଇ ଆଉ ଗୋଟିଏ ଘରେ ରହି ରୁଣ ବୋଝରୁ ଦୁରେଇ ରହୁଥିଲା। ଏହିଭଳି ପରିସ୍ଥିତିରେ ପିତା ଓ ସାନ ଭାଇ ଶଙ୍କର ଗତ ଜୁଲାଇ ମାସରେ ରାଜେନ୍ଦ୍ର ରହୁଥିବା ଘରକୁ ଯାଇ ରୁଣ ପରିଶୋଧ ବିଷୟରେ ଆଲେଚନା ଅବସରରେ ରାଜେନ୍ଦ୍ର ଏକ ମାରଣାସ୍ତ୍ର ରେ ଉଭୟ ବାପା ଓ ଭାଇକୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା।

ଏହି ପରିସ୍ଥିତିରେ ବାପା ଦିଗପହଣ୍ଡି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଗତ ଶୁକ୍ରବାର ଦିନ ରାଜେନ୍ଦ୍ର ଗାଁ କୁ ଆସିଥିବା ଖବର ପାଇ ଘର ଉପରେ ଚଢ଼ାଉ କରି ଅଭିଯୁକ୍ତ ରାଜେନ୍ଦ୍ର କୁ ଉଠେଇ ଆଣି ହତ୍ୟା ଉଦ୍ୟମ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share This Article