ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କଲା ରାଜ୍ୟ ବିଜେପି, ବିଜେଡିର ବିରୋଧ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି ରାଜ୍ୟ ବିଜେପି। ଏଥିରେ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କୁ ମଧ୍ୟ ବିକୃତ କରିଛନ୍ତି। ରାଜ୍ୟ ବିଜେପି ତାହାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଆଳୁ ମିଶନ ଫେଲ ଉପରେ ନବୀନଙ୍କୁ କଡା ସମାଲୋଚନା କରିଛି।

ବିଜେପି ଏଥିରେ ଉଲ୍ଲେଖ କରିଛି ଯେ, ୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ। ଏଥିସହିତ ସେହି ଫଟୋଟି ମଧ୍ୟ ବିକୃତ କରି ଲଗାଇଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର  ତାଙ୍କ ସାମାଜିକ ଗଣମାଧ୍ୟମରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରି ତାଙ୍କୁ ଏହି ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରି ରାଜ୍ୟ ବିଜେପିର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Share This Article