ଜାନୁଆରୀ ୮ ରୁ ଓଡିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

Odisha Hot News
1 Min Read

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ ପୁରୀରେ ରହିବାର ଅଛି। ତେବେ ଆତିଥେୟତା ନେଇ ପୁରୀ ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା।

ପୁରୀରେ ଅତିଥି ମାନେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର, ସାତପଡା ଇକୋରିଟ୍ରିଟ ଆଦି ଅଂଚଳ ବୁଲିବା ପାଇଁ ପ୍ରସ୍ତୁତି ରହିଅଛି। ସେହିପରି ପୁରୀରେ ମଧ୍ୟ ପଲ୍ଲୀଶ୍ରୀ ମେଳା ଭଳି ଇଭେଣ୍ଟ ଆୟୋଜନ କରିବା ନେଇ ଯୋଜନା ରହିଅଛି। ପ୍ରତିନିଧିଙ୍କ ପାଇଁ ୫୧ ଟି ଭିନ୍ନ ଭିନ୍ନ ହୋଟେଲରେ ସ୍ଲଟ ବୁକିଁ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦୦ ରୁ ଉର୍ଦ୍ଧ୍ଵ ସ୍ଲଟ ଖୋଲା ରଖାଯାଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

Share This Article