ଧାନର ମାନ କୋହଳ ପାଇଁ ଓଡିଶା କୃଷକ ସଭା ପକ୍ଷରୁ ସ୍ମାରକପତ୍ର ପ୍ରଦାନ

Odisha Hot News
1 Min Read

ଭୁବନେଶ୍ଵର: ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଧାନ ମଣ୍ଡି ଖୋଲିବା, ଧାନର ମାନ କୋହଳ କରିବା, ବର୍ଷା ଅଭାବରୁ କ୍ଷତି ହୋଇଥିବା ଫସଲର କ୍ଷତି ପୂରଣ ଦିଆଯୀବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ ଔଷଧ ଯୋଗାଇବା, ଭାଗଚାଷୀଙ୍କୁ ପଲ୍ଲୀସଭାରେ ଚିହ୍ନଟ କରି ଧାନ କ୍ରୟ କରାଯିବା ନେଇ ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ସେମାନେ ଅନୁରୋଧ କରିଛନ୍ତି।

ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭିକାରି ଚରଣ ପ୍ରଧାନ, ତ୍ରିନାଥ ପ୍ରଧାନଙ୍କ ସମେତ ବହୁ ଚାଷୀ ଓ ଚାଷି ନେତା ମାନେ ଉପସ୍ଥିତ ଥିଲେ।

Share This Article