ବାଣପୁରରୁ ୧୧ କିଲୋରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ଵାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ୍ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ବାଣପୁର ଥାନା ପାରିନୁଆଗାଁ ଛକରେ ବସକୁ ଅପେକ୍ଷା କରିଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଚନ୍ଦନପୁର ଗ୍ରାମର ବେଲାଳସେନ ପ୍ରଧାନ (୨୨) ଙ୍କୁ ୧୧ .୫୦୦ କିଲୋଗ୍ରାମ ବେଆଇନ ଗଞ୍ଜେଇ କାରବାରରେ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଏ ଏସ ଆଇ ସଞ୍ଜୟ କୁମାର ସୁବୁଦ୍ଧି, କନଷ୍ଟେବଳ ଆଶିଷ ପ୍ରଧାନ, ତୁଷାରକାନ୍ତି ଚଂପତି, ଚିନ୍ମୟୀ ଦାସ ଓ କାଲୁ ପ୍ରଧାନ ଆଦି ସାମିଲ ଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Share This Article