କୋଶଲି ମହୋତ୍ସବର ତୃତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟରେ ବିଭୋର ଜନତା

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାର ପ୍ରାଚୀନ ମାରାଗୁଡ଼ା ସଭ୍ୟତାରୁ ଆରମ୍ଭ କରି ଆଧୁନିକ ସଭ୍ୟତାରେ ସଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଶେଷ ପରମ୍ପରା ରହିଅଛି। ନୂଆପଡ଼ା ଜିଲ୍ଲା କୋଶଲି ସାଂସ୍କୃତିକ ମହୋତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବେଳେ ଆଜି ଚତୁର୍ଥ ସଂନ୍ଧ୍ୟା।

ତୃତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା କୌଶଳ ଯୋଗ ଦେଇ ଯେଉଁ ଜାତି ସମାଜର ଭାଷାକୁ ସମୃଦ୍ଧ କରିଛି ସେହି ସମାଜ ସେତେ ବିକଶିତ ବୋଲି ପ୍ରକାଶ କରିଛନ୍ତି। ସଭାରେ ସୁରଜିତ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଷୀ, ଭାରତ ଲାଲ ରାଉତ, ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ମହେଶ ନିଆଲ୍, ଆଇନଜୀବୀ ଅଶୋକ ଦେବାଙ୍ଗନ ପ୍ରମୁଖ ମଞ୍ଚାସିନ ହୋଇଥିଲେ। କୋଶଲି ଭାଷାରେ ମାଧୂର୍ଯ୍ୟ ଏବଂ ଆତ୍ମୀୟତା ଭାବ ରହିଅଛି। କୋଶଲି ଭାଷାର କୌଣସି ଏକ ଶବ୍ଦରେ ଅନେକ ଭାବାର୍ଥ ରହିଥିବା।

ଏହି ମହୋତ୍ସବ ଲୁକ୍କାଇତ କଳା ପ୍ରତିଭାର ସୁଯୋଗ ସୃଷ୍ଟି କରି ଜଣେ ନିଖୁଣ କଳାକାର ସୃଷ୍ଟି କରିବାର ମହମଞ୍ଚ ଅଟେ। ଅନୁଷ୍ଠାନର ଉପଦେଷ୍ଟା ଅଶ୍ଵିନୀ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ରବି ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article