ବାଲୁଗାଁ: ରେଳ ଧାରଣାରୁ ଦୁଇ ମୃତ ଦେହ ଉଦ୍ଧାର

Odisha Hot News
1 Min Read

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡା କୁହୁଡି ଷ୍ଟେସନ ମଧ୍ୟବର୍ତ୍ତୀ ରେଳ ବ୍ରିଜ ତଳୁ ଜଣେ ମହିଳାଙ୍କ ଶବ ଜବତ ହୋଇଥିବା ବେଳେ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଯୁବକ ଜଣଙ୍କ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ଗ୍ରାମର ଵିଷ୍ଣୁ ଘଡେଇ (୬୪) ବୋଲି ଜଣାପଡିଛି।

ଉଭୟ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ୭୭/୨୪ ଓ ୭୮/୨୪ ରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜିଆରପି ପକ୍ଷରୁ ସୂଚନା ମିଳିଛି।

Share This Article