ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଦାଲତରୁ ମିଳିଲା ଆଶ୍ୱସ୍ତି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗତ ଦୁଇ ବର୍ଷ ପୂର୍ବେ ହୋଇଥିବା ଟଙ୍କା ଦେଣ ନେଣ କାରବାରରେ ଆଜି ତାଙ୍କୁ ଅଦାଲତରେ ଆଶ୍ୱସ୍ତି ମିଳିଛି।

ପ୍ରକାଶ ଥାଉକି ଟାଟା କମ୍ପାନୀରେ ଚାକିରୀ କରାଇବା ପାଇଁ ସାଂସଦ ଡଃ ପାଣିଗ୍ରାହୀ କିଛି ଯୁବକଙ୍କ ଠାରୁ ଲାଞ୍ଚ ନେଇଛନ୍ତି ବୋଲି ସେତେବେଳେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଡଃ ପାଣିଗ୍ରାହୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ସେହି ମକଦ୍ଦମାର ଶୁଣାଣି ବେଳେ ଅଭିଯୋଗ କରିଥିବା ଦୁଇ ଯୁବକ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ ହାଜର ହୋଇ ସେମାନେ ଦାଖଲ କରିଥିବା ଅଭିଯୋଗ ମିଥ୍ୟା ଓ ଚାପର ବଶବର୍ତ୍ତୀ ହୋଇ ସେତେବେଳେ ଡଃ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ବୋଲି ମାନ୍ୟବର ଅଦାଲତ କୁ ଜଣାଇଛନ୍ତି।

Share This Article