ରାଜ୍ୟସଭା ଯିବେ ସୁଜିତ କୁମାର, ଆଜି ବିଜେପି ପ୍ରାର୍ଥୀ ଭାବେ ଦାଖଲ କଲେ ନାମାଙ୍କନ

Odisha Hot News
1 Min Read

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯିବା ପରେ ସୁଜିତ ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବହ୍ନରେ ବିଧାନସଭା ଯାଇ ସେଠାରେ ମନ୍ତ୍ରୀ ବିଧାୟକଙ୍କ ସହିତ ନାମାଙ୍କନ ଦାଖଲ କରିଛନ୍ତି।

ସୁଜିତ କୁମାର ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ ସେ ରାଜ୍ୟସଭା ତଥା ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ସେତେବେଳେ ମଧ୍ୟ ଜଣାପଡିଥିଲା ଯେ, ମମତା ମହନ୍ତଙ୍କ ପରି ସୁଜିତଙ୍କୁ ମଧ୍ୟ ରାଜ୍ୟସଭାକୁ ବିଜେପି ପଠାଇବ। ଯାହା ଆଜି ସ୍ପଷ୍ଟ ହୋଇଛି।

ଆଜିର ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଭାପତି ମନମୋହନ ସାମଲ ଏବଂ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶାର ଗୋଟିଏ ରାଜ୍ୟସଭା ପଦବୀ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ଶେଷ ତାରିଖରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାମାଙ୍କନ ପତ୍ର ଦାଖଲ ମଧ୍ୟ କରାଯାଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ ହେବ।

Share This Article