ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଗିରଫ

Odisha Hot News
1 Min Read

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ଏବେ ରାଜ୍ୟକୁ ଫେରୁଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ବସ୍‌ ଏବଂ ଟ୍ରେନ୍‌ର ବ୍ୟବସ୍ଥା କରାଯାଉଛି। ଏସବୁ ସତ୍ତ୍ୱେ କିଛି ବିଶୃଙ୍ଖଳିତ ଆଚରଣ କରୁଥିବା ନଜରକୁ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରବିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ତାଙ୍କ କ୍ୱାରାଣ୍ଟାଇନ୍‌ ସ୍ଥାନ ପରିବର୍ତ୍ତନ, ଅବଧି ବଢ଼ାଯିବା ଯିବା ଗିରଫ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜଧାନୀ, ଜିଲା ପ୍ରଶାସନ, ବ୍ଲକ, ପଞ୍ଚାୟତସ୍ତରରେ କର୍ମଚାରୀମାନେ ସ୍ବାସ୍ଥ୍ୟକୁ ଭ୍ରୁକ୍ଷେପ ନ କରି କାମ କରୁଛନ୍ତି। ବର୍ତ୍ତମାନ ସମୟରେ ସମସ୍ତଙ୍କ ସ୍ବାସ୍ଥ୍ୟର ନିରାପତ୍ତା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି। ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ବାହାରେ ଥିବା ଓଡ଼ିଆ ଭଉଣୀଭାଇମାନେ କିଭଳି ଆସିବେ ସେଥିପାଇଁ ଆଲୋଚନା କରାଯାଇଛି। ଏହାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ଏସ୍‌ଓପି ଜାରି କରାଯାଇଛି। ପଞ୍ଚାୟତସ୍ତରରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ଅନେକ ପ୍ରସ୍ତୁତି କରାଯାଇଛି। ଏହାଫଳରେ ଲୋକମାନେ ଫେରିପାରିବାର ସୁବ୍ୟବସ୍ଥିତ ବନ୍ଦୋବସ୍ତ ମଧ୍ୟ କରାଯାଇପାରିଛି।

Share This Article
Leave a Comment