ସାଇବର ସଚେତନତା ବୈଠକ ଅନୁଷ୍ଠିତ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପେମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିଶି, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଓଟିପି ମାଗି ପାସବୁକ ଖାଲି କରିଥାନ୍ତି।ଆଜି ନୂଆପଡ଼ା ଜିଲ୍ଲା ସ୍ଥିତ ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଏଲ ଡି ଓ, ଆର ବି ଆଇ ର ଅଧିକାରୀ ଅଭିଷେକ ପ୍ରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଲ ଡି ଏମ ଏସବିଆଇ ନୂଆପଡ଼ା ସୀତାରାମ ମେହେର, ଏଫଏଲସି ଏସବିଆଇ ନୂଆପଡ଼ା ରମେଶ କୁମାର ଠାକୁର, ସିନାପାଲି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଉତ୍କଳ ରଞ୍ଜନ ପ୍ରଧାନ ମଞ୍ଚାସିନ ରହିଥିବା ବେଳେ ହେମନ୍ତ ବାଗ, ପରମେଶ୍ବର ମେହେର, ଅଜିତ କୁମାର ଦାଶ, ସୋଭାକର ବେହେରା, ଗୌରବ ମେହେର, ତପନ କୁମାର ନାଏକ, ସିବେଶ୍ୱର କଲେତ, ଦିଲୀପ କୁମାର ପତ୍ରୀ, ରୀଙ୍କୁ ମେହେର, ଲୋହିତ ଗହିର, ତାରେନ୍ୟ ପୋଡ଼ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କେମିତି ସାଇବର ଠକେଇ ରୁ ବଞ୍ଚିତ ରହିବାକୁ ଆହ୍ବାନ କରିଥିଲେ।

Share This Article