ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ। ପ୍ରଥମରେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଶ୍ରେଣୀ ଗୃହକୁ ପରିଦର୍ଶନ କରି ଗଣିତ ପାଠ ପଢ଼ାଇ ଶୂନର ମୂଲ୍ୟ ଏବଂ ଏ ସ୍କ୍ଵର ବି ସ୍କ୍ୱର୍ ସମାଧାନ କରି ମୂଲ୍ୟ ପଢ଼ାଇବା ସହ ବାଇଲୋଜି ବିଷୟରେ ମନୁଷ୍ୟ ବାହାର କରିବାକୁ କହିଥିଲେ। ମନୁଷ୍ୟ ଏବଂ ପ୍ରାଣୀ ମଧ୍ୟରେ ପାର୍ଥକ୍ୟ ପଚାରିଥିଲେ।

ସେହିପରି ୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଏକ ପର୍ବ ରୂପେ ପାଳନ କରିବାକୁ ଆହ୍ବାନ କରିବା ସହ ନିଜ ଲକ୍ଷ ହାସଲ ପାଇଁ କଠିନ ପରିଶ୍ରମ ଦ୍ବାରା ସମ୍ଭବ ବୋଲି ପ୍ରକାଶ କରିଥିଲେ।

ଏହି ସମୟରେ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ଓଏଭି ସୁନିଲ କୁମାର ସାହୁ, ପରିଚାଳନା ସଦସ୍ୟ ତପନ ଦାସ, ବିନ୍ଦିଆ ଅଗ୍ରୱାଲ, ଆଦିତ୍ୟ ଯୋଷୀ, ଅରୁଣ ପାତ୍ର, ସୁକେଶ ପଟ୍ଟନାୟକ, ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ବିଦ୍ୟାଳୟ ସମସ୍ତ ଶିକ୍ଷକ ଯୋଗ ଦେଇଥିଲେ।

Share This Article