ବାଣପୁର: ବୁଲାକୁକୁର କାମୁଡ଼ାରେ ୫ ଆହତ, ଛଅ ବର୍ଷର ଶିଶୁ ଏମ୍ସରେ ଭର୍ତ୍ତି

Odisha Hot News
1 Min Read

ବାଣପୁର: ଆଜି ବାଣପୁର ଅନ୍ତର୍ଗତ ଦାଶଘର ସାହିର ପାଞ୍ଚଜଣ କୁକୁର କାମୁଡ଼ାରେ ଗୁରୁତର ଆହତ ହୋଇଛନ୍ତି। ଜଣେ ଛଅ ବର୍ଷର ଝିଅ (ଖୁସି) ଆଖି, ପାଟି ଓ ଜଂଗକୁ ଆକ୍ରମଣ କରି ଗୁରୁତର ହୋଇଛି। ପିଲାଟି ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛି।

ପ୍ରକାଶ ଥାଉକି ଉକ୍ତ ଗ୍ରାମରେ ଗୋଟିଏ ବୁଲା କୁକୁର କୌଣସି କାରଣରୁ ପାଗଳା ହୋଇଯାଇଥିବାରୁ ଗ୍ରାମର ପାଞ୍ଚଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଆହତ ମାନେ ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଆଉ ଅଧିକ ଲୋକଙ୍କୁ କାମୁଡିବା ଭୟରେ ଗ୍ରାମବାସୀ କୁକୁରଟିକୁ ମାରିଦେଇଥିବା ଜଣାପଡିଛି।

Share This Article