ସିଦ୍ଧାନ୍ତ ମହାପାତ୍ର ବୋଲିଲେ ପୁଚିକି ଗାଲି ଗୀତ, ତାଳି ମାରିଲେ ବିଜେପି ବିଧାୟକ ଓ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

Odisha Hot News
1 Min Read

ଭୁବନେଶ୍ବର: ପୁଚିକି ଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ….ଗୀତଟି ନବେ ଦଶକରେ ବେଶ ହିଟ ହୋଇଥିଲା। ସୁନା ପଂଜୁରୀ ଚଳଚିତ୍ରର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜିଙ୍କ ଅଭିନିତ ଏହି ଗୀତଟି ବେଶ ଲୋକପ୍ରିୟ। ତେବେ ନବେ ଦଶକର ଏହି ଚଳଚିତ୍ରର ଗୀତଟି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ତାହା କୌଣସି ଚଳଚିତ୍ର ସଂପର୍କିତ ନୁହେଁ। ବରଂ ସିଦ୍ଧାନ୍ତ ମହାପାତ୍ର ଏହି ଗୀତଟି ବିଜେପି ବିଧାୟକଙ୍କ ଆଗରେ ବୋଲିବା ନେଇ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ଏହି ଭିଡିଓ…

ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ବିଧାୟକମାନେ ଯିବା ପାଇଁ ଏକ ବସର ବ୍ୟବସ୍ଥା କରାଯାଇଥିଲା। ଏହି ବସରେ କେବଳ ବିଜେପି ବିଧାୟକମାନେ ଯାଇଥିଲେ। ସେମାନେ ରାସ୍ତାରେ ଯିବା ବେଳେ ବେଶ ମଜା କରିଥିଲେ। ନିଜ ସିଟରୁ ଉଠି ଆସି ସିଦ୍ଧାନ୍ତ ନିଜର ଲୋକପ୍ରିୟ ଗୀତ ପୁଚିକି ଗାଲି ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସିଦ୍ଧାନ୍ତଙ୍କ ଗୀତରେ ତାଳ ଦେଇ ଅନ୍ୟ ବିଧାୟକ ତଥା ମନ୍ତ୍ରୀ ତାଳିମାରି ମଜା ନେଇଥିଲେ। ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Share This Article