ଚଳନ୍ତା ଗ୍ୟାସ ବୋଝେଇ ଗାଡିରେ ଲାଗିଲା ନିଆଁ

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ସୂର୍ଯ୍ୟନାରାୟଣପୁର ଛକ ଠାରେ ଏକ ଟ୍ରକରେ ବୋଝେଇ ଥିବା ଭାରତ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡରରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଖବର ପାଇ ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

ଜାତୀୟ ରାଜପଥରେ ଅଟକ ରହିଛି ଗାଡି। ଗାଡିଟି ଖୋର୍ଦ୍ଧାରୁ ୪ଶହରୁ ଉର୍ଦ୍ଧ୍ଵ ଗ୍ୟାସ ସିଲିଣ୍ଡର ଧରି ବ୍ରହ୍ମପୁର ଆସୁଥିଵା ବେଳେ ଏହି ଘଟଣା ଘଟିଥିଲା। ଘଟଣାର ଖବର ପାଇ ଜିଲ୍ଲା ପ୍ରଶାସନ ଅଧିକାରୀ, ପୋଲିସ, ଦୁଇଟି ଦମକଳ ବାହିନୀ ଗାଡି ପହଂଚି ନିଆଁକୁ ଆୟତ କରିଥିଲେ। ବର୍ତ୍ତମାନ ସ୍ଥିତି ଠିକ ରହିଛି। ଏକ ବଡ଼ ଦୃଘଟଣାକୁ ଏଡେଇ ଦିଆଯାଇଛି।

Share This Article