ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ଦେଶୀମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

Odisha Hot News
1 Min Read

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ, ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨୧୯ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଛକ ନିକଟସ୍ଥ ରାମଚନ୍ଦ୍ର ସାହୁଙ୍କ ନିକଟରୁ ୧୦୮ ଲିଟର, କୃଷ୍ଣ ମୋହନ ସାହୁଙ୍କ ନିକଟରୁ ୧୦୨ ଲିଟର ଓ ବାଣପୁର ଥାନା ଅନ୍ତର୍ଗତ ମମତା ପଲେଇଙ୍କ ନିକଟରୁ ୯ ଲିଟର ଦେଶୀ ମଦ ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୯୪,୧୯୫,୧୯୬/୨୪ ରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଉପ ଅଧିକାରୀ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଆଶୀଷ କୁମାର ପ୍ରଧାନ, ଚିନ୍ମୟୀ ଦାସ, ତୁଷାର ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Share This Article