ବୃଦ୍ଧା ମାଁ ଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇ ଝିଅ ଓ ନାତି ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୃଦ୍ଧା ମାଁ ଙ୍କୁ ଦୁଇ ଝିଅ ଓ ନାତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଝିଅ ଓ ନାତିଙ୍କୁ ପୋଲିସ ଗିରଫ କରିଛି। ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞ୍ଜିପଲୀ ଯାତ୍ରା ପଡିଆ ତୋଟା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ତୋଟା ସାହିର କାନ୍ତି ବେହେରା ନାମ୍ନୀ ଜଣେ ବୃଦ୍ଧା ନିଜ ଘରେ ରହୁଥିବା ବେଳେ ଦୁଇ ବିବାହିତା ଝିଅ ସସ୍ମିତା ଦେବୀ ଓ ବସ୍ମୀତା ଦେବୀ ନାତି ସମୀର ବେହେରା ସହ ଆସି ଉକ୍ତ ଘରେ ରହିଥିଲେ। ଏହାପରେ ସେମାନେ ବୃଦ୍ଧା ମାଁ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରିସ୍ଥିତି ଅସମ୍ଭାଳ ହେତୁ ମାଁ କାନ୍ତି ବେହେରା ଆମ୍ବପୁଆ ନିକଟରେ ଏକ ଭଡ଼ା ଘରକୁ ଯାଇ ରହୁଥିଲେ।

ମାର୍ଗଶୀର ମାସ ଗୁରୁବାର ପୁଜା ପାଇଁ ବୃଦ୍ଧା ଜଣଙ୍କ ନିଜ ଘରକୁ ଆସିଥିବା ବେଳେ ଦୁଇ ବିବାହିତା ଝିଅ ଓ ନାତି ମିଶି ବୃଦ୍ଧା ମାଁ ଙ୍କୁ ଗାଳିଗୁଲଜ କରିଥିଲେ ଓ ଏକ ଲୁହା ଛଡରେ ଆକ୍ରମଣ କରିଥିଲେ। ମାଁ ଙ୍କର ଏହି ଅବସ୍ଥା ଦେଖି ପୁଅ ଅମିତ୍ ଆସି ପ୍ରତିରୋଧ କରିବାରୁ ସମସ୍ତେ ମିଶି ଅମିତ୍ ଙ୍କ ସ୍କୁଟି ଗାଡ଼ି ଭାଙ୍ଗି ଅମିତ୍ କୁ ମଧ୍ୟ ଆକ୍ରମଣ କରିଥିଲେ।

ଯାହା ଫଳରେ ବୃଦ୍ଧା ମାଁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଥାନାକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ କରି ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article