ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ: ଓଡିଶାରୁ ଯୋଗଦେଲେ ୧୩୯ ଯୋଗ ଶିକ୍ଷକ

Odisha Hot News
1 Min Read

ଭୁବନେଶ୍ଵର: ଉତ୍ତରାଖଣ୍ଡର ହରିଦ୍ଵାର ସ୍ଥିତ ପତଞ୍ଜଳି ଯୋଗ ପୀଠରେ ମୁଖ୍ୟ ଯୋଗ ଶିକ୍ଷକ ଶିବିର ନଭେମ୍ବର ୨୩ ରୁ ୨୭ ପର୍ଯ୍ୟନ୍ତ ପାଞ୍ଚ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଓଡିଶାରୁ ୧୩୯ ଜଣ, ଛତିଶଗଡ, ମଧ୍ୟପ୍ରଦେଶ ଓ ଗୁଜୁରାଟରୁ ୬୦୦ ଜଣ ମୂଖ୍ୟ ଯୋଗ ଶିକ୍ଷକ ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ। ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ତଥା ସ୍ବାସ୍ଥ୍ୟ ସଚେତତା ସୃଷ୍ଟି ଓ ସ୍ୱଦେଶୀ ବିଚାର ବିସ୍ତାର ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।

ଯୋଗ ଗୁରୁ ପରମ ପୂଜ୍ୟ ସ୍ବାମୀ ରାମଦେବଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣ ସଫଳତାର ସହ ପରିସମାପ୍ତି ପରେ ସମସ୍ତଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ପ୍ରମାଣ ପତ୍ର ସହ ରୁଦ୍ରାକ୍ଷ ମାଳ ପ୍ରଦାନ ପୂର୍ବକ ପରମ ପୂଜ୍ୟ ସ୍ୱାମୀ ରାମଦେବ ସ୍ୱୟଂ ଆଶୀର୍ବାଦ ପ୍ରଦାନ କରିଥିଲେ।

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପ୍ରଭାରୀ ବିଭୂତି ଭୂଷଣ ବିଶ, କରାଟେ ଡେନ୍ସ ମାଷ୍ଟର ଧର୍ମେଷ ମେହେର, ଜନ୍ମେଜୟ ମେହେର, ହାତିବନ୍ଧା, ସହକାରୀ ଶିକ୍ଷକ ନୂଆପଡା କାର୍ତ୍ତିକ ଶବର, ରାଷ୍ଟ୍ରୀୟ ସ୍ତର ଯୋଗ ଶିକ୍ଷକ ପ୍ରମାଣ ପତ୍ର ପାଇ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି।

Share This Article