ଯୁବ ଉଦ୍ୟୋଗୀତାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ଭେଟିଲେ BJYM ଷ୍ଟାର୍ଟଅପ୍ ଟିମ୍

Odisha Hot News
1 Min Read

ଭୁବନେଶ୍ଵର: ବିଜେପି ଯୁବମୋର୍ଚ୍ଚା ଷ୍ଟାଟଆପ୍ ସଂଯୋଜକ ଓଁକାର ପରିଡାଙ୍କ ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ କରିଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କୁ ଯୁବାଭିମୁଖୀ ଏବଂ ରାଜ୍ୟରେ ଯୁବ ଉଦ୍ୟୋଗୀତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ରାଜ୍ୟରେ ଷ୍ଟାର୍ଟ-ଅପ ଗୁଡିକର ଅଗ୍ରଗତି ସହ ଯୁବ ଉଦ୍ୟୋଗୀ ମାନେ କିପରି ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ତାଲିମ ପାଇବେ ସେ ନେଇ ଆସନ୍ତା ୫ ଡିସେମ୍ବର ୨୦୨୪ ରେ ଏକ ଯୁବ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ହେବା ନେଇ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଦଳର ସଦସ୍ୟମାନେ ଶୁଭଶ୍ରୀ ମିଶ୍ର, ଅଙ୍କିତା ଗଙ୍ଗଦେବ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଶଶାଙ୍କ ପାତ୍ର, ଯେଉଁମାନେ ସେମାନଙ୍କର ମୂଲ୍ୟବାନ ଇନପୁଟ୍ ସହିତ ଆଲୋଚନାରେ ସକ୍ରିୟ ସହଯୋଗ କରିଥିଲେ।

ଓଡ଼ିଶାର ଯୁବକ ମାନଙ୍କୁ ସ୍ବାବଲମ୍ବୀ କରିବା ସହ ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରିବାକୁ ବିଜେପି ଯୁବମୋର୍ଚ୍ଚା ସଦସ୍ୟମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Share This Article