ରାଷ୍ଟ୍ରର ବିକାଶରେ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ବ ରହିଛି: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Odisha Hot News
1 Min Read

ଭୁବନେଶ୍ଵର: ରାଷ୍ଟ୍ରର ବିକାଶରେ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ବ ରହିଛି ବୋଲି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ରାଜ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସୁରଜ କହିଛନ୍ତି ଯେ, ବୈଷୟିକ ଜ୍ଞାନର ପ୍ରୟୋଗ କ୍ଷେତ୍ରରେ ଭାରତ ବିଶ୍ବର ଏକ ଅଗ୍ରଣୀ ଦେଶ। ଓଡ଼ିଶାର ପୁଷ୍ପଗିରି ବିଶ୍ବବିଦ୍ୟାଳୟରେ ବୈଷୟିକ ଜ୍ଞାନର ପ୍ରୟୋଗ ପ୍ରଥମେ ଦେଖିବାକୁ ମିଳିଥିଲା। ଶିକ୍ଷକମାନେ ଏ କ୍ଷେତ୍ରରେ ଅଧିକ ଗବେଷଣା କରିବା ଆବଶ୍ୟକ।

୨୦୩୬ରେ ରାଜ୍ୟ ଗଠନର ଶତବାର୍ଷିକୀ ପୂର୍ତ୍ତି ବେଳକୁ ନୂଆ ଓଡ଼ିଶା ଗଠନ ପାଇଁ ଯୋଗଦାନ ଦେବାକୁ ଶ୍ରୀ ସୁରଜ ଶିକ୍ଷକ ସମାଜକୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ମିଲୁରାମ ଜେନା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ମହେନ୍ଦ୍ର କପୁର, ପୂର୍ବାଞ୍ଚଳ ସଂଗଠନ ସଂପାଦକ ଆଲୋକ ଚଟ୍ଟୋପାଧ୍ୟାୟ, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Share This Article