ବାଣପୁରରେ ପ୍ରଥମକରି ଖୋଲିଲା ନର୍ସିଙ୍ଗ ଓ ପାରା ମେଡିକାଲ କଲେଜ, ଉପକୃତ ହେବେ ବହୁ ଛାତ୍ରଛାତ୍ରୀ

Odisha Hot News
1 Min Read

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରସ୍ଥିତ କଲେଜ ରୋଡ ଅନ୍ତର୍ଗତ ବାବା ବଖାରି କଲ୍ୟାଣ ମଣ୍ଡପ ନିକଟରେ ଟାଙ୍ଗୀ ଇନଷ୍ଟିଚ୍ୟୁଟ ଅଫ ନର୍ସିଂ ଓ ପାରାମେଡିକାଲ ସାଇନ୍ସ ର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଉକ୍ତ ଶିକ୍ଷାନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସର୍ବେଶ୍ୱର ଷଡ଼ଙ୍ଗୀ, ଓସିସି ଏଫ ନିର୍ଦେଶକ ସନ୍ତୋଷ କୁମାର ନାଥ ଏବଂ ନାଚୁଣୀ ଗାୟତ୍ରୀ ହସ୍ପିଟାଲର ପ୍ରତିଷ୍ଠାତା ମୋନାଲିସା ହରିଚନ୍ଦନ ଯୋଗଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ବାବା ବଖାରି କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅତିଥିମାନେ ବାଣପୁର ସହରରେ ଉକ୍ତ ଶିକ୍ଷାନୁଷ୍ଠାନ ଖୋଲିବାଦ୍ୱାରା ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମତଦେଇଥିଲେ।  ଏପରିକି ଯୁକ୍ତ ୨ ପରେ ବହୁ ଛାତ୍ରଛାତ୍ରୀ ଉକ୍ତ କୋର୍ସ କରିବା ପାଇଁ ବହୁ ଦୂରଦୁରାନ୍ତରକୁ ଯାଉଥିବା ବେଳେ ବର୍ତ୍ତମାନ ବାଣପୁର, ବାଲୁଗାଁ ଏବଂ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼ା ତପନ କୁମାର ଶାସମଲ,ଉପାଧ୍ୟକ୍ଷା ରଶ୍ମିତା ଶାସମଲ,କିମ୍ସ ହସ୍ପିଟାଲ ଭୁବନେଶ୍ୱର ସଂଯୋଜକ ମଧୁସ୍ମିତା ଲେଙ୍କା, ବାଣପୁର ଶାଖା ପରିଚାଳକ ଜୟକୃଷ୍ଣ ପ୍ରଧାନ, ଉପଦେଷ୍ଟା ହିମାଂଶୁ ଦଳେଇ ଓ ବେଣୁଧର ପାଇକରାୟ ଆଦି ପରିଚାଳନା କରିଥିଲେ।

Share This Article