ବିନା ପାସ୍‌ରେ ବାହାରକୁ ବାହାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ

Odisha Hot News
1 Min Read

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଓଡ଼ିଶାରେ ଲକ୍ -ଡାଉନ । ଦ୍ବିତୀୟ ଦିନରେ ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହରରେ ଲକ ଡାଉନ ରହିଛି । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବା ସହ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ସହରରରେ ଲୋକେ ଘରେ ରହିବା ପାଇଁ କୁହାଯାଇଛି ।

ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅନ୍ୟପଟେ ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଘରୋଇ ବିମାନ ସଂସ୍ଥାଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କିଛି ବିମାନ ଚଳାଚଳକୁ ବାତିଲ୍ କରାଯାଇଛି।  ଆସନ୍ତା ୨୯ ତାରିଖ ଯାଏଁ ଟୁଇନ୍ ସିଟି ଲକ୍  ଡାଉନ୍ କରାଯାଇଛି । ଲକଡାଉନ ପ୍ରଭାବରେ କଟକ, ଭୁବନେଶ୍ବରରେ ଖାଁ ଖାଁ ସ୍ଥିତି ଲାଗି ରହିଛି।

ଦୋକାନବଜାର, ଗାଡିଚଳାଚଳ ଠପ୍ ହୋଇଯାଇଛି ।  ଅତି ଜରୁରୀ କାମ ନଥିଲେ, କେହି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ସକାଳୁ ସହର ସାରା କମିଶନରେଟ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂ ଚାଲିଛି । ସହରର ପ୍ରବେଶପଥରେ ଏବଂ ପ୍ରତି ଛକରେ ପୋଲିସ ପାଟ୍ରୋଲିଂ କରୁଛନ୍ତି । ତେବେ ଗାଡିରେ ବାହାରକୁ ଗଲେ ପାସ ଆବଶ୍ୟକ। ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଏହି ପାସ ମିଳିବ । ନିକଟସ୍ଥ ଥାନାରେ ଏହି ପାସ ମିଳିବ। ୨୫ତାରିଖରୁ ପାସ ନଥାଇ ବାହାରକୁ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ  କହିଛନ୍ତି ।

Share This Article
Leave a Comment