ନୌସେନା ଦିବସ ପାଳନ ପାଇଁ ସମୁଦ୍ର ଭିତରେ ୧୫ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜ

Odisha Hot News
1 Min Read

ପୁରୀ: ପୁରୀରେ ନୌସେନା ଦିବସ ପାଳନ ଉପଲକ୍ଷେ ସମୁଦ୍ର ଭିତରେ ୧୫ରୁ ଅଧିକ ଯୁଦ୍ଧ ଜାହାଜ। ଆଇଏନଏସ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସତପୁରା, ସାହ୍ୟାଦ୍ରୀ, ଘରିଆଲ, କିଲଟନ, ସାବିତ୍ରୀ, ସୁମିତ୍ରା, କୀର୍ଚ୍ଚ, କୁଥାର, କବରେଟି ଯୁଦ୍ଧ ଜାହାଜ ପ୍ରଦର୍ଶନ କରିଛନ୍ତି ଯୁଦ୍ଧ କୌଶଳ। ଏଥି ସହ ମିଗ ୨୯କେ ବିମାନ, ହକ ବିମାନ ସହ ୪୦ରୁ ଅଧିକ ହେଲିକପ୍ଟର ନୌସେନାର ପରାକ୍ରମ ଦେଖାଇବାରେ ସାମିଲ ହୋଇଛନ୍ତି।

ଏହାଛଡା ନୌସେନାର ସବମେରାଇନ ସାମିଲ ହୋଇଥିବା ବେଳେ ମାର୍କସ କମାଣ୍ଡୋ ଅପରେସନ ମଧ୍ୟ ଅଭ୍ୟାସ କରାଯାଇଥିଲା। ବହୁ ସଂଖ୍ୟାରେ ଜଣ ସାଧାରଣ ଆଜି ଏହି ନୌସେନାର ଅଭ୍ୟାସ ଯୁଦ୍ଧ କୌଶଳ ଦେଖି ଆତ୍ମବିଭୋର ହୋଇଥିବା ପରିଲକ୍ଷିତ ହୋଇଅଛି।

Share This Article