୩୫ ତମ କୋଣାର୍କ ମହୋତ୍ସବ-୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ଵର: ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ, ସତ୍ୟବାଦୀ ବିଧାୟକ, ବ୍ରହ୍ମଗିରି ବିଧାୟକ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଓଏସଏନଏ ସଚିବ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ ର ଉଦଘାଟିତ ହୋଇଛି।

କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହି ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।

Share This Article