ଖଲ୍ଲିକୋଟ ବାନାଞ୍ଚଳରେ ୨୨ ଟିକିଆ ହାତୀପଲ: ଶତାଧିକ ଏକରର ଧାନ ଫସଲ ନଷ୍ଟ

Odisha Hot News
1 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳର ଭାଲେରି ପାହାଡ଼ ଦେଇ ପ୍ରବେଶ କରି ଉପଦ୍ରବ କରିବା ଫଳରେ ଖଲ୍ଲିକୋଟ ବ୍ଲକରେ ପ୍ରବେଶ କରି ବ୍ଲକର ଖୋଜାପଲ୍ଲୀ, ଭିକାପଡା ଓ ବାଦ ପଲ୍ଲୀ ପଂଚାୟତର କମାର ସିଙ୍ଗିରେ ଥିବା ଆଇତିପୁର ଗ୍ରାମର ଶତାଧିକ ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରିବା ଫଳରେ ଚାଷୀ ମାନଙ୍କ ଗୋଟିଏ ବର୍ଷର କଷ୍ଟ ଅର୍ଜିତ ଖାଦ୍ୟକୁ ହରାଇଥିବା ଚାଷୀ ମାନେ ଦୁଃଖ ଓ ନୈରାଶ୍ୟର ପ୍ରକାଶ କରିଛନ୍ତି। ୨୨ ଟିକିଆ ହାତୀ ପଲଙ୍କ ମଧ୍ୟରୁ ଏବେବି କିଛି ଅମାନିଆ ହାତୀ ରହିଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଚାଷ ଜମି କୁ ଯିବାକୁ ଭୟ କରୁଛନ୍ତି।

ହାତୀଙ୍କ ବିଚରଣ ପାଇଁ ଗ୍ରାମ ଗୁଡିକରେ ବିଦ୍ୟୁତ କାଟ ହେବା ସାଙ୍ଗକୁ ହାତୀ ଭୟରେ ଗ୍ରାମବାସୀ ମାନେ ସନ୍ଧ୍ୟାରୁ ତାଟି କବାଟ ପକାଇ ଘରେ ରହୁଥିବା ପ୍ରକାଶ। ହାତୀ ପଲ ବାଦପଲ୍ଲୀ ପଂଚାୟତର କିଛି ଗ୍ରାମରେ ଜହ୍ନା ଓ କଦଳୀ ଚାଷକୁ ନଷ୍ଟ କରିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

Share This Article