ବାଘ ଛାଲ ଜବତ, ୨ ଶିକାରୀ ଗିରଫ 

Odisha Hot News
1 Min Read

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ଗ୍ରାମ ବାବା ଛକ ଠାରୁ ଏକ କଲରାପତ୍ରିଆ ବାଘଛାଲ ଜବତ କରିଛି ବନବିଭାଗ। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ଡି ଏଫ୍ ଓ ପ୍ରଶାନ୍ତ ପଟେଲ।

ଗତକାଲି ରାତି ୩ ଟା ସମୟରେ କଳିଙ୍ଗା ବାବା ଛକ ଠାରେ ଜଣେ ବ୍ୟକ୍ତି ବ୍ୟାଗରେ ବାଘଚାଲ ଧରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ବନବିଭାଗ କର୍ମଚାରୀଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତିକୁ କାବୁ କରି ବ୍ୟାଗ୍ ତଲାସି କରିଥିଲେ। ବ୍ୟାଗରୁ ଏକ କଲରାପତ୍ରିଆ ବାଘା ଚମଡା ବାହାରିଥିଲା। ବ୍ୟକ୍ତିକୁ ଗିରଫ କରି ପଚରାଉଚରା କରିବାରୁ ଅନ୍ୟ ଜଣେ ସମ୍ପୃକ୍ତ ଥିବା ଏବଂ ଜି. ଉଦୟଗିରି ମୁକୁଲିଙ୍ଗୀଆ ଜଙ୍ଗଲରୁ ବାଘଟିକୁ ଶିକାର କରିଥିବା ସ୍ୱୀକାର କରିଥିଲା।

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଲୋଡେଡ ବନ୍ଧୁକ, ଗୋଟିଏ ବନ୍ଧୁକ ବ୍ୟାଗ୍, ଗୋଟିଏ କାତି ଗୋଟିଏ ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ଭବାନୀ ଶଙ୍କର ପ୍ରଧାନ ଏବଂ ପ୍ରମାଦ ପ୍ରଧାନ କୁ କୋର୍ଟ ଚାଲାଣ କରିଛି ବନ ବିଭାଗ। ଭବାନୀ ଶଙ୍କର ପ୍ରଧାନ ର ଘର ଜି ଉଦୟଗିରି ମାଲାଂ ସୁଗା, ଓ ପ୍ରମାଦ ପ୍ରଧାନ ର ଘର ପୁକ୍ ଲିଙ୍ଗିଆ ଗମ୍ଭାରୀ ଗୁଡା ବୋଲି ଡି ଏଫ୍ ଓ ସୂଚନା ଦେଇଛନ୍ତି।

Share This Article