ଗଞ୍ଜାମର ୫୩ ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଘୋଷଣା

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫୩ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଛି। ରାଜ୍ୟ ଏନଏଚଏମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଜରିଆରେ ଜିଲାର ଏହି ୫୩ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି।

ରାଜ୍ୟର ମୋଟ ୫୨୧ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲା ୩ୟ ସ୍ଥାନରେ ରହିଛି। ଜାତୀୟ ଯକ୍ଷ୍ମା ନିରାକାଣ କାର୍ଯ୍ୟକ୍ରମ ଜରିଆରେ ଦେଶ ଜିତିବ ଯକ୍ଷ୍ମା ହାରିବ ସ୍ଲୋଗାନ ଦେଇ ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରି ଯକ୍ଷ୍ମା ରୋଗ ଏବଂ ଏହାର କାରଣ ନିରାକରଣ ସମ୍ପର୍କରେ ସଚେତନ କରାଇବା ସହ ସେହି ଅଞ୍ଚଳକୁ ଯକ୍ଷ୍ମା ରୋଗୀ ମୁକ୍ତ କରିବାକୁ ଜିଲା ଯକ୍ଷ୍ମା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।

ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଥିବା ଏହି ପଞ୍ଚାୟତଗୁଡ଼ିକୁ ଆଗାମୀ ଦିନରେ ଜିଲାପାଳ ପୁରସ୍କୃତ କରିବେ। ଯକ୍ଷ୍ମା ମୁକ୍ତ ହୋଇଥିବା ୫୩ଟି ପଞ୍ଚାୟତ ମଧ୍ୟରେ ରାଳବ, ଲଙ୍ଗଳେଶ୍ବର, ଗୋକର୍ଣ୍ଣପୁର, ତୁରୁମୁ, ଲାଲସିଂ, ବରଗାଁ, ଚଢିଆପଲ୍ଲୀ, ଭାବିନିପୁର, ଆମ୍ବଗାଁ ପଞ୍ଚାୟତ ରହିଥ‌ିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share This Article