ଭୁବନେଶ୍ବରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

Odisha Hot News
1 Min Read

ଭୁବନେଶ୍ବର: ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ବହୁ ସାଂସଦ ଓ ମନ୍ତ୍ରୀ ସ୍ବାଗତ କରିଥିଲେ।

ଆଜି ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବେ। ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ବିଭିନ୍ନ ରାଜ୍ୟର ଡିଜିଙ୍କ ସହିତ ବିଭିନ୍ନ ଏଜେନ୍ସିର ମୁଖ୍ୟମାନେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। କିଛିସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିବେ।

Share This Article