ଭାରତୀୟ ସେନା ନିଯୁକ୍ତି ରାଲି ଅଗ୍ନିପଥ ଯୋଜନା ନିମନ୍ତେ ପ୍ରେସ ବିଜ୍ଞପ୍ତି

Odisha Hot News
1 Min Read

ଭୁବନେଶ୍ଵର: ଆଜି ଢେଙ୍କାନାଳ ଜ଼ିଲ୍ଲା ପ୍ରଶାସନ ତରଫରୁ ଭାରତୀୟ ସେନା ଅଗ୍ନିପଥ ନିଯୁକ୍ତି ନିମନ୍ତେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଅଗ୍ନିପଥ ଯୋଜନା ଅଧୀନରେ ଢେଙ୍କାନାଳ, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, କେଉଁଝର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜ଼ିଲ୍ଲାର ମନୋନୀତ ପ୍ରାର୍ଥୀଙ୍କ ପାଇଁ ଭାରତୀୟ ସେନା ନିଯୁକ୍ତି ରାଲି ଇସ୍ପାତ ଷ୍ଟାଡିୟମ ସେକ୍ଟର -୬ ରାଉରକେଲାରେ ଅନୁଷ୍ଠିତ ହେବ।

ଭାରତୀୟ ସେନା ନିଯୁକ୍ତି ରାଲି ସମୟ ରେ ପାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଯେପରି ତାଙ୍କର ଅରଜିନାଲ ଡକ୍ୟୁମେଣ୍ଟସ କୌଣସି ଅଚିହ୍ନା ଲୋକ ବା ଠକେଇକୁ ନଦେବା ପାଇଁ ପ୍ରାର୍ଥୀ ମାନେ କୌଣସି ଠକେଇର ଶିକାର ହୁଅନ୍ତି ତାହାଲେ ସ୍ଥାନୀୟ ପୋଲିସ କିମ୍ବା ସମ୍ବଲପୁର ସ୍ଥିତ ସେନା କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ପ୍ରାର୍ଥୀ ମାନେ Join Indian Army website www.joinindianarmy.nic.in ରେ ଲଗଇନ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ ବୋଲି ଜ଼ିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Share This Article